ତୁମରି ଓଠର ହସ – ସିଦ୍ଧେଶ୍ୱର ତ୍ରିପାଠୀ

ତୁମରି ଓଠର ହସ
କଲାମୋତେ ବେହୋସ
ବଦଳିଲା ମୋ ଦୁନିଆଁ
ପାଇ ତୁମ ପରଷ
ଅବୁଝା ଏ ମନ ଝୁରେ
ଯାଅନି ଘଡ଼ିଏ ଦୁରେ ଆସ ଆସ
ତୁମରି ଓଠର ହସ – – – –

ଆକାଶେ ଉଡୁଛି ଆଜି
ସାଜି ପ୍ରେମ ପକ୍ଷୀ
ସବୁ ଖୁସି ପାଇଯାଏ
ତୁମକୁ ମୁଁ ଦେଖି
ଭଲମୁଁ ପାଉଛି ଏତେ
ଛନ୍ଦିତ ଦେଇଛି ମୋତେ
ପ୍ରେମର ଫାଶ
ତୁମରି ଓଠର ହସ- – – –

ତୁମ କଥା ସବୁ ଲାଗେ
ମହୁଠାରୁ ମିଠା
ତୁମ ତେରେଛା ନଜର
ଲଗାଏ ପ୍ରେମ ଛିଟା
ତୁମେ ଋଷି ଚାଲିଗଲେ
ଏଇମୋ ମନ ଦୋହଲେ
ଲାଗେ ସବୁ ବିଷ ବିଷ
ତୁମରି ଓଠର ହସ – – – –

ଭିଜେଇଛ ତୁମେ ମୋତେ
ମନ କଥା ଜାଣି
କେବେ ଆସିବ ଘରକୁ ମୋର
ଟାଣି ମଥାରେ ଓଢଣୀ
ସିଂଥିରେ ନାଇ ସିନ୍ଦୁର
ପୂର୍ଣ କରିଦେବ ମୋର ଅଭିଳାଷ
ତୁମରି ଓଠର ହସ- – – –


ସମ୍ପାଦକ, କବିର ଘର,
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,
ମୋ- 8018646704

One Reply to “”

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ। says:

    ବହୁତ ସୁନ୍ଦର ପରିବେଷଣ ।
    ଚମତ୍କାର

ଆପଣଙ୍କ ପ୍ରତିକ୍ରିୟା

This site uses Akismet to reduce spam. Learn how your comment data is processed.