ଏମନ ବୁଝେନା – ଡକ୍ଟର ମାଙ୍ଗଳିକା ମହାପାତ୍ର

କେହି ଏଠି କାହାରିକୁ ବୁଝେନା ବୋଲି ତ ଜୀବନଟା ଉଦାସ ଉଦାସ ଆଷାଢ଼ ଆକାଶ ପରି ଓଦା ଓଦା ଆସେ ଅଚାନକ ଝଡ଼ ଓ ବତାସ... ମିଛ ସ୍ନେହ, ମିଛ ପ୍ରେମ, ମିଛ ଅନୁରାଗ ନିଷ୍ଠୁର ନିଷାଦର ଏ ବିଷାଦ ଯୋଗ ମନରୁ ଦେଇଛି ତାକୁ କ୍ଷମା କରି ରଖିବିନି କେବେ ତା ଉପରେ ରାଗ... ଆଉ କାହା ପାଇଁ ସ୍ବପ୍ନ ନାହିଁ ମୋ ମନରେ କି ବିସ୍ତୃତି ନାହିଁ ମୋ ସ୍ନେହରେ ଏବେ ବିନ୍ଦୁଟିଏ ପରି …

ଶିଶୁ କବିତା – ସ୍ୱରବର୍ଣ୍ଣ – ଡକ୍ଟର ଶରତ କୁମାର ଚଉଁରୀ

ଅଖିଳ ବ୍ରହ୍ମାଣ୍ତ ପତିହେ ଘେନ କୋଟି ଜୁହାର ଆଶିଷ ମାଗୁଛି ଠାକୁରେ ବାରେ କରୁଣା କର। ଇଙ୍ଗିତରେ ତୁମ ପ୍ରାଣୀଏ ହୁଅନ୍ତି ଆତଯାତ ଈଶ୍ୱର ତୁମେହିଁ ଏକାକୀ ପାଳୁଅଛ ଜଗତ। ଉପକାର କରି ଅନ୍ୟର ମୋର ଜୀବନ ଯାଉ ଊଣା କର ନାହିଁ ଆଶିଷ କିଛି ମାଗୁନି ଆଉ। ଋଷି ପରି ଧ୍ୟାନ କରିବି ତୁମ ପାଦ ପଦ୍ମକୁ ରୁଷି କରି ରାଗିଯିବିନି କେବେ ହେଲେ କାହାକୁ। ଏତିକି ମାଗୁଣି ମୋହର ଘେନ ହେ ଜଗଦୀଶ ଐଶ୍ୱର୍ଯ୍ୟ …

ଟପର ଟପକ ଟପ – ବି. ନିରୁପମା

ଟପର ଟପକ ଟପ୍ ବେଙ୍ଗୁଲୀ ଡେଇଁଲା ଖପ୍, ଧରିଲା ସୁର-'କେଏଁ କଟର' ତାଳରେ ଝୁଲିଲା ସାରୁ ପତର । ବେଙ୍ଗୁଲୀ ନାଚକୁ ଦୂରରୁ ଦେଖି ଢିମା ଢିମା ତା'ର ନଚେଇ ଆଖି , ମୁହଁକୁ ମୋଡ଼ି-ବଙ୍କୁଲି ଗୋଡ଼କୁ ଥରେ କଚାଡ଼ି.... କଙ୍କଡ଼ା କହିଲା -"ନାହିଁ ତ ଜଣା, ଭଲା ଇଏ କୋଉ ନାଚରେ ଗଣା !!" ବେଙ୍ଗୁଲୀ କହିଲା-"କେଏଁ କଟର, କାଦୁଅ ଭିତରେ ଲଟପଟର ଡଗଡ଼ଗ ଚାଲି ବାଇଶ ନାହିଁ - ମୋତେ ବାହୁଉଚୁ ତୁ କାହିଁ …

ଅଦିନିଆ ବର୍ଷା – ଡକ୍ଟର ମାଙ୍ଗଳିକା ମହାପାତ୍ର

ବେଳେ ବେଳେ ଭାବେ ଯଦି ଏ ବର୍ଷାରେ ତୁମେ ମୋ ପାଖରେ ଥାଆନ୍ତ... ମିଶିକି ବର୍ଷାରେ ଭିଜିଥାନ୍ତେ ମୌସୁମୀର ଭରପୁର ମଜା ନେଇଥାନ୍ତେ.. ଓଦା ଲୁଗାରେ ଘରକୁ ନ ଫେରି ବାଟରେ ଲୁଗା ଶୁଖେଇଥାନ୍ତେ.. ନୀଳ ଆକାଶର ବାଦଲଭରା ମେଘକୁ ମନଭରି ଉପଭୋଗ କରିଥାନ୍ତେ... ପତ୍ରରୁ ଝରିପଡ଼ୁଥିବା ବିନ୍ଦୁ ବିନ୍ଦୁ ଜଳକୁ ହାତ ପାପୁଲିରେ କୋଳେଇ ନେଇଥାନ୍ତେ ଛତାର ଆବଶ୍ୟକତାକୁ ମନେ ବି ପକେଇ ନଥାନ୍ତେ... ସଦ୍ୟ ସ୍ନାତା ଘାସ ବୁଦାରେ ଲାଲ୍ ଟୁକୁ ଟୁକୁ ସାଧବ …

ଫୁଲ ଥାଳିଆ – ରଞ୍ଜନ କୁମାର ଵ୍ରହ୍ମା

ଫୁଲ ଥାଳିଆ ଭାରି ବଢିଆ ବାରିରୁ ତୋଳିଛି ଏବେ । ନିଜର ଘରେ ରଖ ସରବେ ମଜାଟି ଜାଣିବ ସେବେ ।। ଫୁଲର ପ୍ରାଣ ଫୁଲର ମନ ନ ଥାଇ ଅଛି କି ଭଲା ? ଭ୍ରମର ସମ ନିଜର ମନ ତା' ପାଖେ ଲାଗିଲେ ହେଲା ।। ଠାକୁର ପାଇଁ ଫୁଟଇ ନାହିଁ ଫୁଟଇ ଜଗତ ହିତେ । ଈଶ୍ୱର ସୃଷ୍ଟି ତା ଦେହେ ବାଣ୍ଟି ସ୍ରଷ୍ଟାଟି ତା' ସୃଷ୍ଟି ଜଗେ ।। ନିଇତି ଫୁଟି …

ତୋ କୋଳ ସୁନ୍ଦର – ପୂର୍ଣ୍ଣଚନ୍ଦ୍ର ରଣା

ସବୁଜ ତୋ ପଣତଟା ମନ କିଣି ନିଏ ହଳଦିଆ ମିଠା ପୁଷ୍ପ ମିଠା ବାସ ଦିଏ ।।୧ ପ୍ରଜାପତି ଝୁଲୁଥାଏ ପୁଷ୍ପର କୋଳରେ ମଧୁମଖି ପିଉଥାଏ ମଧୁ ଆନନ୍ଦରେ ।।୨ ଝିପିଝିପି ବରଷାଟା ଭିଜାଏ ତୋ ଦେହ ଚିକିଚିକି ବିଜୁଳି ଯେ ରଙ୍ଗାଏ ତୋ ମୁହଁ।।୩ କଳା ବାଦଲକୁ ଚିରି ଆସଇ ତପନ ଶୀତଳ କିରଣ ଢାଳି କିଣି ନିଏ ମନ ।।୪ ବରଷାର ଜଳ ମିଶେ ନଦୀର ଗର୍ଭରେ ଅଙ୍କେଇ ବଙ୍କେଇ ନଦୀ ମିଶେ ସାଗରରେ …