ଓଡିଶାର ପ୍ରମୁଖ ଶକ୍ତିପୀଠ – ଭୂଷଣ୍ଡପୁରର ମାଆ ଉଗ୍ରତାରା

ତଥ୍ୟ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ,
ମଙ୍ଗଳାଯୋଡି, ଖୋରଧା, ଓଡିଶା,
ଦୂରଭାଷ – ୯୪୩୭୧୮୩୯୩୭

ଭୂଷଣ୍ଡପୁରର ଉଗ୍ରତାରା ଶକ୍ତିପୀଠ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସନ୍ନିକଟ ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠଟି । ସ୍ଥାନଟିର ନାଁ ମୂଳିଝରଗଡ । ପ୍ରାଚୀନ ରାଜତନ୍ତ୍ରର ଏହି ମୂଳିଝରଗଡର ଅଧିଷ୍ଠାତ୍ରୀ ଦେବୀ ଥିଲେ ମାଆ ଉଗ୍ରତାରା । ଓଡିଶାରେ ଗଙ୍ଗ ବଂଶର ରାଜତ୍ଵ ସମୟରେ ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ଵାରା ଏହି ମନ୍ଦିରଟି ନିର୍ମିତ୍ତ ହୋଇଥିଲା । ବାହ୍ୟ ଶତ୍ରୁ ଆକ୍ରମଣରେ ମୂଳିଝରଗଡଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲେ ସୁଧା ଏହି ଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଉଗ୍ରତାରା ଅଦ୍ୟାବଧି ବିରାଜମାନ । ଏହି ସ୍ଥାନଟି ଓଡିଶାର ଏକ ପ୍ରମୁଖ ଶକ୍ତିପୀଠ ରୂପେ ପରିଚିତ । ସ୍ଥାନୀୟ ପୂଜକ ମାନେ ପବିତ୍ର ତାରା ମନ୍ତ୍ରରେ ମାଆଙ୍କର ପୂଜା-ଅର୍ଚ୍ଚନା କରିଥାନ୍ତି । ବିଭିନ୍ନ ପର୍ବ ପର୍ବାଣୀରେ ମାଆଙ୍କୁ ସ୍ଵତନ୍ତ୍ର ଭାବେ ସୁସଜ୍ଜିତ କରାଯାଇଥାଏ । ଏହି ପୀଠର ବିଶିଷ୍ଟ ପର୍ବ ହେଉଛି ରଜପର୍ବ । ଏହି ସମୟରେ ମାଆ ଉଗ୍ରତାରଙ୍କ ପୀଠରେ ସ୍ଵତନ୍ତ୍ର ପୂଜା ବିଧି ସହିତ ନାନାଦି ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଆଦି ଲାଗିରହିଥାଏ । ଦୀର୍ଘ ପନ୍ଦର ଦିନ ଧରି ମେଳା ମଉଛବରେ ସ୍ଥାନଟି କୋଳାହଳମୟ ହୋଇଉଠେ । ଏହି ସମୟକୁ ଛାଡିଦେଲେ ବର୍ଷ ସାରା ଏଠାରେ ଭକ୍ତ ମାନଙ୍କର ଭିଡ ଲାଗିରହିଥାଏ କାରଣ ଏହା ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ । ଖୁବ ମନୋରମ ପ୍ରକୃତିକ ପରିବେଷ୍ଟନୀ ମଧ୍ୟରେ ବଣଭୋଜିର ମଜ୍ଜା ନେବାପାଇଁ ଖୁବ ଦୂର ଦୁରାନ୍ତରୁ ଦର୍ଶକ ମାନେ ବଣଭୋଜି ନିମନ୍ତେ ପ୍ରତିଦିନ ଏଠାକୁ ଆସନ୍ତି । ପ୍ରତିଦିନ ମନ୍ଦିର ପରିସରରେ ମାଆଙ୍କ ପୂଜା ଲାଗି ଶଙ୍ଖୁଡି ଭୋଗର ଆୟୋଜନ କରାଯାଇଥାଏ । ଦୂର ଦୁରନ୍ତରୁ ଆସୁଥିବା ଦର୍ଶକ ମାନଙ୍କ ରହଣି ନିମନ୍ତେ ମନ୍ଦିର ନିକଟରେ ଅନେକ ଧର୍ମଶାଲା ମାନ ରହିଅଛି ଏବଂ ନିକଟରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ଏକ ଡାକବଙ୍ଗଳା ମଧ୍ୟ ରହିଛି । ଏବଂ ବିବାହ ବ୍ରତ ନିମନ୍ତେ କଲ୍ୟାଣମଣ୍ଡପ ଓ ଏକ ଶିଶୁ ଉଦ୍ୟାନ ମଧ୍ୟ ରହିଛି । ଭୁବନେଶ୍ଵର ଠାରୁ ଜାତୀୟ ରାଜପଥରେ ୫୦ କିଲୋମିଟର ଦକ୍ଷିଣକୁ ଆସିଲେ ମାଆ ଉଗ୍ରତାରାଙ୍କ ରହଣି ଛକ ପଡେ ଓ ସେଠାରୁ ମାତ୍ର ୩ କିଲୋମିଟର ପୂର୍ବ ଦିଗରେ ଏହି ସ୍ଥାନଟି ଅବସ୍ଥିତ । ଏବଂ ପୂର୍ବତଟ ରେଳପଥରେ ଭୂଷଣ୍ଡପୁର ରେଳଷ୍ଟସନ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ।

2 Replies to “ଓଡିଶାର ପ୍ରମୁଖ ଶକ୍ତିପୀଠ – ଭୂଷଣ୍ଡପୁରର ମାଆ ଉଗ୍ରତାରା”

    1. ଆପଣଙ୍କ ମତାମତ ପ୍ରତି ନିଶୟ ଦୃଷ୍ଟି ଦେବୁ । ମାଆ ଉଗ୍ରତାରା ଶକ୍ତିପୀଠ ସମ୍ବନ୍ଧରେ ଆହୁରି ଅଧିକ ତଥ୍ୟ ପ୍ରଦାନ ନିମନ୍ତେ ନିଶ୍ଚୟ ଚେଷ୍ଟା କରିବୁ । ମତାମତ ପାଇଁ ଧନ୍ୟବାଦ ।

ଆପଣଙ୍କ ପ୍ରତିକ୍ରିୟା

This site uses Akismet to reduce spam. Learn how your comment data is processed.