ମୁଠାଏ ଶୂନ୍ୟତା – ତପନ ଦୀକ୍ଷିତ

ବସନ୍ତଟା ଫୁଲୁଥିଲା ଗହ ଗହ ଜହ୍ନରାତି ତା ନରମ ଚିବୁକ ଛୁଆଁରେ ପବନଟା ଖେଳୁଥିଲା ଚୁନା ଚୁନା ତାର ସେଇ ଅସଜଡ଼ା କେଶ ଆଉ ପଣତ କାନିରେ, ଋତୁ ଥିଲା ରାତି ଥିଲା ଆଉ ଥିଲା ଆଖିଭରା ଆଖିଏ ସପନ ଉପହାରେ ଆଣିଥିଲା ମୁହଁବୋଲା କିଛିଗୁଡ଼େ ପ୍ରଚଳିତ ଲୋକ ମୁଖେ ବସ୍ତୁବାଦୀ ନିୟମ ବନ୍ଧନ, ସେ ଥଲା ମୁଁ ଥିଲି ଆଉ ଥିଲା କିଛି ଲେଖା ବିଦଗ୍ଧ କବିତା ତାରା ଥଲେ ଜହ୍ନ ଥିଲା ଆଉ ଥିଲା …

ଶ୍ରାବଣ କୁ ଡାକି ଆ…..

ଆଷାଢ଼ କୁ ତୋର ନାମେ କରିଦେଲି ଶ୍ରାବଣ କୁ ଡାକି ଆ..... ଦେଖିଯା କେମିତି ଦେହ ଛୁଇଁଛି ମୋ ବଇଶାଖୀ ଝାଞ୍ଜି ବାଆ, ଜହ୍ନ ନାହିଁ ଆସି ସଞ୍ଜ ନଇଁଲାଣି ଖାଲି ଗୁଡ଼େ ଲାଞ୍ଜି ତାରା ଆଖିରେ ଆଖିଏ ଅକୁହା ନିଦ ମୋ ସପନ ଦଉନି ଧରା ।।ବେଳାଭୂମି

କବିତା – ଜହ୍ନ ଉଇଁଥିବ – ତପନ ଦୀକ୍ଷିତ (ବେଳାଭୂମି)

ରୁତୁଦେହେ ଥିବ ମହକ ତୁମର ପବନେ ପୂବେଇ ପ୍ରେମ କେରି କେରି ହୋଇ ଉଡୁଥିବ ସାଥି ଅସଜଡ଼ା କେଶ ତୁମ, ବୁଡି ଯାଉଥିବେ ସୁରଜ ଦେବତା ପ୍ରତିଚୀ ଗଗନ କୋଳେ କୃଷ୍ଣଚୂଡ଼ା ଦେହେ ରଙ୍ଗ ଲାଗିଥିବ ଗୋଧୂଳି ଲଗନ ବେଳେ, ଚୁନା ଚୁନା ସେଇ ସୋରିଷ ଫୁଲରେ ସୁନା ରଙ୍ଗ ଖେଳୁଥିବଅଳସି ସଞ୍ଜଟା ପାଦ ଥାପି ଥାପି ଧୀରେ ଧୀରେ ଆସୁ ଥିବ, ଜହ୍ନ ଉଠୁଥିବ ମୁଁ ହଜିଥିବି ପେଟ ପାଟଣା ରୁ ଫେରି ତୁମେ ଖୋଜୁଥିବି …

କବିତା – ଉଦବେଳନ ଏକ ପ୍ରଣୟୀ ମନର – ତପନ ଦୀକ୍ଷିତ (ବେଳାଭୂମି)

ଚାଣକ୍ୟ ନୁହଇଁ ଚାତୁରୀରେ ତୁମ ମନକୁ ଭୁଲାଇ ଦେବି ଚରକ ନୁହେଁ ମୁଁ ପ୍ରେମ ଜ୍ୱରପାଇଁ ଔଷଧି ତୁମକୁ ଦେବି, ଚାର୍ବାକ ନୁହଁଇ ଅବାସ୍ତବ ବୋଲି ତୁମ ପ୍ରେମକୁ କହିବି ଭର୍ତ୍ତୃହରି ରୂପେ ଶୃଙ୍ଗାର ଶତକେ ତୁମ ରୂପ ବଖାଣିବି, କାଳିଦାସ ହୋଇ 'ମେଘଦୂତ' କାବ୍ୟ ତୁମ ପାଇଁ ଲେଖିଯିବି ବାତ୍ସ୍ୟାୟନ ରୂପେ କାମସୂତ୍ର ସାଥୀ ତୁମକୁ ଶିଖାଇ ଯିବି, ତାନ୍ ସେନ୍ ହୋଇ ଜୀବନ ଵୀଣାରେ ମେଘମଲ୍ହାର ସୁର ତୋଳୁଥିବି ଯେବେ ତୁମେ ଝରୁଥିବ ଆକାଶରୁ …

କବିତା – ତଥାପିବି ତୃଷ୍ଣା କଣ୍ଠେ – ତପନ ଦୀକ୍ଷିତ (ବେଳାଭୂମି)

ରୂପ ସହରରେ ଅସରା ଝରୁଛି ତଥାପିବି ତୃଷ୍ଣା କଣ୍ଠେ ଲାଗେ ଶୋଷେ ଶେଷ ହୋଇ ନଯାଏଁ ମୁଁ ସେ ସହର ଉପକଣ୍ଠେ'ଶ୍ରାବଣ ସୁନ୍ଦରୀ ଜାଳୁଥିବ ବସି ପ୍ରୀତିର ଦୀପାଳି ଥୋଇକାଳ ବଇଶାଖୀ ଜଳି ଯାଉଥିବ ଋତୁର ଦୁହାଇ ଖାଇ, ଥିବ………ବରଷା ବୁନ୍ଦାରେ ମହୁଲିର ନିଶା ସୁରା ସୁରାହୀ ରେ ଘନମଧୁପାୟୀ ଯେତେ ମଧୁସ୍ନାନେ ଥିବେ ମଧୁଶାଳା ଥିବ ଶୂନ୍ୟ ।।ଦୁହାଇ(ହିନ୍ଦୀ) ରାଣ ରଚନା : ତପନ ଦୀକ୍ଷିତ(ବେଳାଭୂମି) ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : …

କବିତା – ମୁଁ ଯେଉଁଦିନ ମୁଁ ରହିବିନି – ତପନ ଦୀକ୍ଷିତ (ବେଳାଭୂମି)

ମୁଁ ଯେଉଁଦିନ ମୁଁ ରହିବିନି ଭାବି ଭାବି କଥା ତୁମ ପବନେ ଲାଗିବ ପୂବେଇ ଛୁଆଁଟା ଋତୁ ଥିବ ବଦନାମ, ତୁମେ ଆସୁଥିବ କୁଆଁରୀ ଘାଟରୁ ପହିଲି ଗାଧୁଆ ସାରିଜୁଡୁବୁଡୁ ଥିବ କୁଆଁରୀ ଦେହଟା ପାଣି ପଡ଼ୁଥିବ ଝରି, ଚୁନା ଘାସଫୁଲ ସଜ ହେଉଥିବେ ତୁମ ପାଦ ଅଳତାରେ ମୋ ଦେହରେ ଥିବ ଅନଙ୍ଗ ଅନଳ ତୁମେ ଆସୁଥିବ ଧୀରେ।।ରଚନା : ତପନ ଦୀକ୍ଷିତ(ବେଳାଭୂମି) ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744