ଫୁଲ ଥାଳିଆ – ରଞ୍ଜନ କୁମାର ଵ୍ରହ୍ମା

ଫୁଲ ଥାଳିଆ ଭାରି ବଢିଆ ବାରିରୁ ତୋଳିଛି ଏବେ । ନିଜର ଘରେ ରଖ ସରବେ ମଜାଟି ଜାଣିବ ସେବେ ।। ଫୁଲର ପ୍ରାଣ ଫୁଲର ମନ ନ ଥାଇ ଅଛି କି ଭଲା ? ଭ୍ରମର ସମ ନିଜର ମନ ତା' ପାଖେ ଲାଗିଲେ ହେଲା ।। ଠାକୁର ପାଇଁ ଫୁଟଇ ନାହିଁ ଫୁଟଇ ଜଗତ ହିତେ । ଈଶ୍ୱର ସୃଷ୍ଟି ତା ଦେହେ ବାଣ୍ଟି ସ୍ରଷ୍ଟାଟି ତା' ସୃଷ୍ଟି ଜଗେ ।। ନିଇତି ଫୁଟି …

ରେଡ଼ିଓ କଥା – ରଞ୍ଜନ କୁମାର ବ୍ରହ୍ମା

ସଭିଙ୍କର ସାଥି ଆକାଶବାଣୀଟି ବଡ଼ ଉପକାରୀ ସିଏ । ସୁନ୍ଦର ଗଳାରେ କେତେ କଥା ଗୀତ ମନ ଖୋଲି ପାଖେ କହେ ।। ବଦଳେ ସମୟ ବଦଳେ ସମାଜ ନ ବଦଳେ ତା'ର ରୂପ । ମାର୍କୋନି ଆମର ମନେ ପଡ଼ିଥାନ୍ତି ଝଲସେ ଫିଲିପ୍ସ ମୁଖ ।। ଚିକିଟୀ ଗଡ଼, ଗଞ୍ଜାମ ମୋ ନଂ - 9437858788

ଶବରୀ ଭାବ – ରଞ୍ଜନ କୁମାର ବ୍ରହ୍ମା

ପାଠଶାଳାର ରୋଷେଆ ମୁହିଁ ପଢିନି କିଛି ପାଠ । ନିଇତି ଆସି ଏହି ଜାଗାକୁ ବୁଝିଛି ପାଠ ହିତ ।। ବାଟ ଚାହିଁଛି ଆସିବେ ପିଲେ ଖାଇବେ ମୋର ହାତୁ । ଝାଡୁ ଦେଇଛି ଖେଳିବେ ଏଠି ପିଣ୍ଡାକୁ ଆସୁ ଆସୁ ।। ଆସରେ ପିଲେ ନକରି ଡେରି ଅନ୍ଧ ହେଲିଣି ମୁହିଁ । ପାଠୁଆ ହେଲେ ଆମ ଗାଆଁରୁ ଅନ୍ଧାର ଯିବ ନେଇ ।। ବୁଜିବି ଆଖି ତୁମେ ଆସିଲେ ତରିବି ମୁହଁ ଦେଖି । …

କ୍ଷୁଦ୍ରଗଳ୍ପ – ପ୍ରଥମ ଚିଠି – ରଞ୍ଜନ କୁମାର ଵ୍ରହ୍ମା

ସମୟ ଗଡ଼ିଛି । ଯୁବସୁଲଭ ଗୁଣ ଲୁଚିଛି । ସେଦିନର ସାଙ୍ଗସାଥିମାନେ ଆଜି ଆଖ ପାଖରେ କେହି ନାହାନ୍ତି । ଦଶମ ଓ ଗ୍ରାଜୁଏଟ୍ ବ୍ୟାଚ ଏକତ୍ର ବଣଭୋଜି କରିବା ପ୍ରସଙ୍ଗ ଉଠାଇ ଚୁପ୍ ରହିଛନ୍ତି ।  ଜଞ୍ଜାଳ ଭିତରୁ ସମୟ ବାହାର କରିବା ମୁସ୍କିଲ ହେଉଛି ସତ କିନ୍ତୁ ମୋବାଇଲରେ, ଗ୍ରୁପ୍ ଚାଟିଙ୍ଗରେ କଥା ଜମୁଛି ।  ପୁରୁଣା ସ୍ମୃତି, ଫଟୋ ପସରା ମେଲୁଛି । ତା ଭିତରେ କେହି କେହି କଥା ପ୍ରସଙ୍ଗରେ  ଯିବାଦିନର …

ଯୋଦ୍ଧାଙ୍କ ଅସି – ଟିକା – ରଞ୍ଜନ କୁମାର ବ୍ରହ୍ମା

ଆସରେ ଆସ ଦଉଡି ଆସ ନେଇଯିବା ଆମେ ଟିକା । ପଖାକୁ ପାଖ ଯେ ମାଡ଼ିଆସେ ସେ ରୋଗ ହେବ ଫିକା ।। ବିଦେଶୀ ରୋଗ ଧସେଇ ପସି କରୁଛି ଆତଙ୍କ ଖେଳ । ଆମେ ସଭିଏଁ ସଜାଗ ହୋଇ ମାରିବା ତାକୁ ଚାଲ ।। ମାରି ମରିବା ମୋ ଜାତି କହେ ଡରିକି ମରିବା ନୁହଁ । ଟିକାକୁ ନେଇ ଶ୍ରମେ ଲାଗିବା ଦେଶର ଆହ୍ୱାନ ମାନ ।। ନ ଡରି ଜାତି ଲଢ଼ିଛି ମାତି …

ଝରକାରେ ନବ ବରଷ – ରଞ୍ଜନ କୁମାର ବ୍ରହ୍ମା

ବରଷ ଯାଉଛି ପାତଳ ହୋଇ ସ୍ମୃତିକୁ କରି ବହଳ । ସମଗ୍ର ବସୁଧା ସୁସ୍ଥ ରହିଥାଉ ମନ ରହୁ ଚଳ ଚଞ୍ଚଳ ।। ଯିବା ଦିନ କାଳ ଆମର ନିଜର ଅତି ପରିଚିତ ଥିଲା । ଇତିହାସ ସାଥେ ପୃଷ୍ଠାରେ ରହିଲା ସମୀକ୍ଷା ନାମ ଧଇଲା ।। କେ କରେ ଯତନ ଆସିବାର ଦିନ ବ୍ୟର୍ଥ ଜମାରୁ ନ ଯାଉ । ଯିବା ଦିନ କେତେ ମୂଲ୍ୟବାନ ଥିଲା ଫେରିବ ସେ ଦିନ ଆଉ ? ଉପଯୋଗ …