ସୁନ୍ଦର ସକାଳ – ପ୍ରଣତି ମହାପାତ୍ର

କାଳୀ ଅନ୍ଧାରରୁ ଚଷା ଭାଇ ଉଠି ଧାଇଁ ଯାଏ ସୁନାକ୍ଷେତେ, ବଡିଭୋରୁ ମାଆ ସକଳ ପାଇଟି କରେ ଇଷ୍ଟ ପ୍ରଣିପାତେ, ଉଠ ଉଠ ବନ୍ଧୁ ଯେତେ ଆଳସ୍ୟକୁ ପରତ୍ୟାଗ କରି ଶଯ୍ୟା ଛାଡି ବେଗି ଉଠ ସତେ। ସକାଳୁ ସକାଳୁ ଖୋଲା ପବନରେ ଘେରାଏ ତ ବୁଲି ଆସ, ନିତ୍ୟ କର୍ମ ସାରି ଯୋଗ ପ୍ରାଣାୟମ କରିବାକୁ ଟିକେ ବସ, ସୁଷମ ଆହାର ସ୍ଵଛ ମନନେଇ ଦିନକୁ ଅନ୍ତତଃ ଥରଟେ ନିଜକୁ ଭଲପାଇ ହସ ହସ। ଗୁରୁ …

ଅନ୍ତର୍ଯ୍ୟାମୀ – ପ୍ରଣତି ମହାପାତ୍ର

ନିତି ମୋ ନୟନ ତୋ ନୟନେ ମିଶେ ଧନ୍ୟ ମୁଁ କଳାଶ୍ରୀମୁଖ, ତୋ ଛଡ଼ା ତୁଳସୀ ତୁଣ୍ଡେ ପାଏ ନିତି ଲଭୁଛି ଆହା କି ସୁଖ। ମୁଁ ସିନା ଲଭଇ ଅପାର ଆନନ୍ଦ ମୋ କୁଡିଆ ଘରେ ରହି, ଖୁସିରେ ଅଛୁ କି କହରେ କାଳିଆ ରତ୍ନ ସିଂହାସନେ ତୁହି। ଆନନ୍ଦରେ କିବା ଅଛୁ ତୁ କାଳିଆ କହ ମନଖୋଲି ଥରେ, ଷାଠିଏ ପଉଟି ଭୁଞ୍ଜି କି ପାରୁଛୁ ବସି ବଡ଼ଦେଉଳରେ। ବାଇଶି ପାହାଚେ ଭକତ ଗହଳି …

ଚଳନ୍ତି ପୂଜ୍ୟ ପୂଜ୍ୟା – ପ୍ରଣତି ମହାପାତ୍ର

ଧରାସ୍ପର୍ଶ କରି ଧରିତ୍ରୀ ଦର୍ଶନ କରିଲି ମୁଁ ଯାହା ପାଇଁ, ମଧୁର ପରଶ ଅମୃତ ପୀୟୁଷ ପେଇଥିଲେ ମୋତେ ସେହି, ପୂଜ୍ୟପୂଜ୍ୟା ମୋ ପାଇଁ ଚଳନ୍ତି ଦେବତା ଦେବୀ ରୂପେ ଉଭା ପିତା ମାତା ମୋର ହୋଇ। ସଂସାରରେ ଏକମାତ୍ର ଆପଣାର ରଖି ସୁରକ୍ଷା ବଳୟେ , ସ୍ନେହ ଶ୍ରଦ୍ଧା ପ୍ରେମ ଭଲପାଇବାରେ ସ୍ଥାପି ବୈକୁଣ୍ଠ ଆଳୟେ, ନଭ ପୃଥ୍ଵୀ ସମ ପ୍ରାୟେ ହିମାଳୟ ସମ ବିଶାଳ ଛାତିରେ ରଖନ୍ତି ସେ ଯେ ନିର୍ଭୟେ। ଦେଇ ବତାଇ …

ଉନ୍ମୁକ୍ତ ପଥ – ପ୍ରଣତି ମହାପାତ୍ର

ମନକୁ ଆୟତ୍ତ କରିବାର ସତ୍ୟ ପଥ ଏବେ ଉନ୍ମୋଚିତ, କେତେ ସାଧୁସନ୍ଥ ସେ ପଥେ ପଥିକ ଶ୍ରୀକୃଷ୍ଣ ମୁଖ ନିସୃତ, ତତ୍ତ୍ୱ ସାର ଭାଗବତ ଭାଗବତ ରସେ ଭାବଗତ ହୋଇ ଭକ୍ତଟି ଅନୁରଞ୍ଜିତ। ଜଗନ୍ନାଥ ବଳରାମ ଯଶୋବନ୍ତ ଭକ୍ତ ଅନନ୍ତ ଅଚ୍ୟୁତ , ଭକ୍ତି ଭାବଧାରାର ଯେ ଆବାହକ ପରସିଛନ୍ତି ଅମୃତ ଜୀବ ପରମର ମିଳନର ପଥ ଜୀବନ ଦର୍ଶନ ସମାଜ ଚେତନା ମୁକ୍ତି ମାର୍ଗ ପରିସ୍କୃତ। ଅସହାୟ ନିସ୍ଵଃ ବୁଭୁକ୍ଷୁ ଲଭଇ ଶାସ୍ତ୍ର ପୁରାଣୁ ଇପ୍ସିତ, …

କ୍ଷତ ବିକ୍ଷତ – ପ୍ରଣତି ମହାପାତ୍ର

ଆଜି ବି ହାୟ ସେ ଚାରିଆଡ଼େ ଘୁରି ବୁଲୁଛି, ଖଣ୍ଡ ବିଖଣ୍ଡିତ ଧୂସର ପାଣ୍ଡୁର,କଳା ଧଳା ଲକ୍ଷ୍ୟ ବିହିନେ,ଛୋଟବଡ଼ ବାଦଲ। ସତେ କି ମାର୍ତ୍ତଣ୍ଡ ଅଦ୍ରି ଶେଷେ ଆତ୍ମଗୋପନ କରିଛନ୍ତି। ଚତୁର୍ଦ୍ଦିଗେ ରାଜୁତି ଯେ ଠା ଠା ନୀରବତା। ପାଦପେ ମଞ୍ଜରୀ ବଢି କୁସୁମ ସୁରମ୍ୟ। ଅଦୃଶ୍ୟ ମାର୍ଗ,ନାହିଁ ଦେଖା ବନ୍ଧୁ ପରିଜନ ସଖା ଅକାଳେ ଟଳିପଡେ ଶହଶହ ଜନ ଶିର ଦାନବ ଦୌରାତ୍ମ୍ୟ ଏଠି ଅତିଷ୍ଠ ଅବନୀ ବାୟୁ ,ଜଳ ପୀୟୁଷ ରୁ ଲାଗଇ ବିଷାକ୍ତ …

ସର୍ବବ୍ୟାପ୍ତ ତୁମେ – ପ୍ରଣତି ମହାପାତ୍ର

ତୁମେ ଅଛ ବୋଲି ପାଶେପାଶେ ମୋର ଅକର୍ମେ ନ ଯାଏ ମନ, ତୁମେ ମୋର ସତ୍ୟ ହେ ଶିବସୁନ୍ଦର କଳାକୃଷ୍ଣ ନବଘନ। ଦିବସ ରଜନୀ ହେ କଳାକହ୍ନେଇ ତୋ ନାମ ଭଜନ କରେ, ଶୟନେ ସ୍ଵପନେ ଅବା ଜାଗରଣେ ଭଜେ ହରେକୃଷ୍ଣ ହରେ। ବଡ଼ଦେଉଳରେ ରତ୍ନସିଂହାସନେ ଭାଇଭଉଣୀଙ୍କ ସହ, ଆନନ୍ଦେ ବସିଛୁ ଦୁଃଖେ ରହିଛି ମୁଁ କେମିତି ସହିଛୁ କହ। ଦୁଃଖହାରୀ ବୋଲି ଜଗତ ଗାଉଛି ଦୁଃଖ ହରୁ ନାହୁଁ କିଆଁ, ତୋ ଆଶ୍ରେ ଆଶ୍ରିତ ଏ …