ନୀରବ ଜହ୍ନ ଗୋ, ତମ ଶୀତ ଶୀତ, ଅଧା ଅଧା ଦୃଶ୍ୟ ରାତି ପାଉଁଶିଆ ଉଦାସ ଉଦାସ ଭୟ ଲାଗେ ପଶିବାକୁ ତା ଭିତରେ ବାସ୍ତବତା ହଜିଯାଏ ଯେଣୁ ସେଠି ନିମିଷକେ ଅଚିହ୍ନା ହେଇଯାଏ ଦୃଶ୍ୟପଟ ତେବେ ତମ ଆମନ୍ତ୍ରଣ ଝରିଆସେ ଖୋଲା ଝରକା ଭିତର ଦେଇ, ହୃଦୟକୁ ଉତ୍ତାଳ କରି ତୋଳେ ମନ ଧମନୀରେ ରକ୍ତସବୁ ଜୁଆରିଆ ନଈ ପରି କୂଳ ଲଙ୍ଘିଯାନ୍ତି ନିର୍ବିବାଦରେ, ବଶୀଭୂତ ପରି ନିଜକୁ ହଜେଇ ଦେଇ ହୁଏ ଅଧା ଅନ୍ଧାରରେ, …
କବିତା – ଶେଷ ଇଚ୍ଛା – ଡକ୍ଟର ନୀଳମାଧବ କର
ପ୍ରିୟମ୍ବଦା କରନ୍ତ ନାହିଁ ତମେ ଆତ୍ମହତ୍ୟା ୲ ଆକାଶରୁ ଝୁଲି ପଡନ୍ତ ହାତ ପାଆନ୍ତା ନାହିଁ ତମ ଦିହକୁ ୲ ସାଦା କାଗଜରେ ଲେଖା ଚିଠିଟେ ବାହାରନ୍ତା ତମ ଛାତିରୁ ମୋତେ ଦାୟୀ କରି ୲ କରନ୍ତ ନାହିଁ ତମେ ଆତ୍ମହତ୍ୟା ଆଃ, ପ୍ରିୟମ୍ବଦା !! ନୀଳମାଧବ କର, ଓଲଭରହାମ୍ପଟନ, ୟୁକେ
କବିତା – ଶାନ୍ତି – ଡକ୍ଟର ନୀଳମାଧବ କର
କେବେ ଆଉ ଆସିବ ତମେ ଅଙ୍ଗନରେ କାଉଁରୀ ପରଶ ନେଇ ସ୍ଵପ୍ନକୁ ସଜେଇ। ଆବାହନୀ ଝଡ଼ କେଉଁ କାଳୁ ଗଲେଣି ବାହୁଡ଼ି ଅଣୁ ପରମାଣୁ ଭେଦି ତନ୍ତ୍ରୀ ଦୋହଲାଇ। ଆଗକୁ ଆଉ କିଛି ଋତୁ ନାହିଁ ଦୃଶ୍ୟ ନାହିଁ ରଙ୍ଗମଞ୍ଚରେ ଧୂସର ଜୋଛନା ଭୟଙ୍କର ବୃକ୍ଷର ପଞ୍ଜରା ଅଟକି ଯାଇଥିବା ନିରୀହ ଜଳର ଆଇନାରେ ଅଶରୀରୀ ଛାଇ ଏଠି ସେଠି। ଆଗକୁ ଆଉ କିଛି ଋତୁ ନାହିଁ ଦୃଶ୍ୟ ନାହିଁ ତମ ଆସିବା ପାଇଁ ସେ ସବୁଜ …
ତମ ବିନା – ଡକ୍ଟର ନୀଳମାଧବ କର
ତମ ବିନା, ଏ ପୃଥିବୀ ମୋର ଦରକାର ନାହିଁ ଆଉ ଦଣ୍ଡେ ରହିବାକୁ ଇଚ୍ଛା ନାହିଁ ମୋତେ ଏ ଦୁନିଆରେ ତମ ବିନା . ତମ ବିନା ଏ ଜଗତ ଅର୍ଥହୀନ ମୋ ପାଇଁ ଏତେ ସବୁ ସବୁଜ ସୁନ୍ଦର ବନାନୀ, କାକଳି ନୀଳ ଆକାଶର ଧଳା ଧଳା ମେଘ ସବୁ ଅଧା ଅଧା ତମ ବିନା ଅକାରଣ କାଗଜ ଟୁକୁଡା . ଆଉ ଯେତେ ରଂଗସବୁ ଦିଶୁଥାଏ ନେସାହେଇ ଦେହରେ ମନରେ ଖାଲି ଆବରଣ ଲୁଚେଇବାକୁ …
ଅବୁଝା – ଡକ୍ଟର ନୀଳମାଧବ କର
ବୟସ ବଢିଲେଣି ବୋଲି ସେମାନେ କହିବା ପରେ ବୁଝି ଅବୁଝା ହେବାକୁ ଡରମାଡ଼େ ଏବେ ନିହାତି ଅବୁଝା ହେବାର ବେଳ ତ ରହିଲାଣି ଅନେକ ପଛରେ ବରଂ ଏବେ ଅବୁଝା ମନକୁ 'ସବୁ ବୁଝିଛି ବୋଲି' ବୁଝେଇବାକୁ ପଡେ ନିରୋଳାରେ 'ବୁଝିଛି' ବୋଲି କହିବାକୁ ଜିଭ ଲେଉଟେନି ସତ କିନ୍ତୁ ମୁଣ୍ଡ ଟୁଙ୍ଗାରି ହୁଏ, ଅନ୍ତତଃ ବୁଝିଗଲା ପରି ତମେ ବି ଅଧିକା କଣ ଆଶା କରୁଥିବ 'ମୋ ବୁଝିଯିବା ଛଡା' ଏ ବୟସରେ ! ନୀଳମାଧବ …
ତମ ଉପମା – ଡକ୍ଟର ନୀଳମାଧବ କର
ତମ ପରି ଉପମାଟେ ଦେବି ବୋଲି ଜଣଂକୁ ପିନ୍ଧେଇ ସମୟ ଓ ଠିକଣା ଭୁଲିଲି ଗୋଲାପ ଚାହିଁଲା ତମ ପରି ସୁନ୍ଦର ହେବାକୁ ଝାଁଉଳି ଲତା ଶିଖୁଥିଲା ତମ ଲାଜ ଜହ୍ନର ଜୋଛନା ସବୁ ନେସି ହେଇଗଲା ସମସ୍ତେ ମାଗିଲେ ମତେ ତମ ଉପମା କାଣିଚେ ଯାଚି କରି ଦେବାକୁ ମୋ ଇଚ୍ଛା ହେଲା ନାହିଁ ଡକ୍ଟର ନୀଳମାଧବ କର ଓଲଭର୍ହାମପଟନ୍, ଇଉନାଇଟେଡ କିଙ୍ଗଡମ